ଟୋରାସେମାଇଡ
Clinical data | |
---|---|
Trade names | Demadex, Tortas, others |
Synonyms | Torsemide |
AHFS/Drugs.com | monograph |
MedlinePlus | a601212 |
Pregnancy category |
|
Routes of administration | By mouth, IV |
Drug class | Loop diuretic |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 80-90% |
Protein binding | Highly bound (>99%). |
Metabolism | Hepatic (80%) |
Elimination half-life | 3.5 hours; Cirrhosis: 7-8 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.164.924 |
Chemical and physical data | |
Formula | C16H20N4O3S |
Molar mass | 348.421 g/mol |
3D model (JSmol) | |
| |
| |
(what is this?) (verify) |
ଟୋରାସେମାଇଡ (ଇଂରାଜୀ ଭାଷାରେ Torasemide, ଅନ୍ୟ ନାମ ଟର୍ସେମାଇଡ/ torsemide) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଯୋଗୁ ହେଉଥିବା ହାଇପରଭଲେମିଆ (fluid overload), ବୃକ୍କ ରୋଗ (kidney disease) ଓ ଯକୃତ ରୋଗ (liver disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସା ନିମନ୍ତେ ବିଶେଷ ପସନ୍ଦ କରାଯାଏ ନାହିଁ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]
ଟୋରାସେମାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଧିକ ପରସ୍ରା କରିବା, ତରଳ ଝାଡ଼ା, କାଶ ଓ ମୁଣ୍ଡ ଓଜନିଆ ଲାଗିବା ହୋଇପାରେ । [୧] ଶ୍ରବଣ ହାନୀ (hearing loss) ଓ ଅଳ୍ପ ପୋଟାସିଅମ low blood potassium ମଧ୍ୟ ହୋଇପାରେ ।[୧] ଟୋରାସେମାଇଡ ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ଲୁପ ଡାଇୟୁରେଟିକ (loop diuretic) ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରିବାକୁ ମନା କରାଯାଏ ।[୨] ବୃକ୍କର ସୋଡ଼ିଅମ ପୁନଃଅବଶୋଷଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । [୧]
ଟୋରାସେମାଇଡ ସନ ୧୯୭୪ରେ ପେଟେଣ୍ଟ ହେବା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୪ ତମ ସ୍ଥାନରେ ଥଲା । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Torsemide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 227–228. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 458. ISBN 9783527607495.
- ↑ "The Top 300 of 2019". clincalc.com. Retrieved 22 December 2018.
ବାହ୍ୟ ଲିଙ୍କ
[ସମ୍ପାଦନା]- Medlineplus drug information: Torsemide (Systemic) – information from USP DI Advice for the Patient