ଜେନ ଅଷ୍ଟେନ
Jane Austen | |
---|---|
ଜନ୍ମ ଓ ଜନ୍ମସ୍ଥାନ | Steventon Rectory, Hampshire, England | ୧୬ ଡିସେମ୍ବର ୧୭୭୫
ମୃତ୍ୟୁ | ୧୮ ଜୁଲାଇ ୧୮୧୭ Winchester, Hampshire, England | (ବୟସ ୪୧)
ସମାଧି ସ୍ଥଳ | Winchester Cathedral, Hampshire, England |
ଶିକ୍ଷା | Reading Abbey Girls' School |
ସମୟ | 1787 to 1809–11 |
ସମ୍ପର୍କୀୟ |
|
ଦସ୍ତଖତ |
ଜେନ ଅଷ୍ଟେନ ଇଂରାଜୀ ଭାଷାରେ Jane Austen (/ˈɒstɪn, ˈɔːs-/; ୧୬ ଡିସେମ୍ବର ୧୭୭୫– ୧୮ ଜୁଲାଇ ୧୮୧୭) ଜଣେ ଇଂରାଜୀ ଉପନ୍ୟାସକାର; ତାଙ୍କର ୬ଟି ମୂଖ୍ୟ ଉପନ୍ୟାସ ପାଇଁ ବିଖ୍ୟାତ ଥିଲେ ଓ ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡ଼କୁ ତାଙ୍କର ଏହି ଲେଖାଗୁଡ଼ିକ ଅନୁବାଦିତ, ଟିପ୍ପଣୀକୃତ ଓ ସମାଲୋଚିତ ହୋଇଥିଲା । ତାଙ୍କର କାହାଣୀଗୁଡ଼ିକରେ ମହିଳାଙ୍କ ସାମାଜିକ ସତ୍ତା ଓ ଅର୍ଥନୈତିକ ନିରାପତ୍ତା ନିମନ୍ତେ ବିବାହ ନିମନ୍ତେ ନିର୍ଭର କରିବା ସମ୍ବନ୍ଧରେ ଲେଖାଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓ ଊନବିଂଶ ଶତାବ୍ଦୀ ଆରମ୍ଭରେ ତାଙ୍କର ଭାବୁକତାପୂର୍ଣ୍ଣ ଲେଖାର ଅନେକ ଆଲୋଚନା ହୋଇଥିଲା ।[୨][b] ତାଙ୍କର ବ୍ୟଙ୍ଗ, ହାସ୍ୟ, ସାମାଜିକ ଟିପ୍ପଣୀ ଇତ୍ୟାଦିକୁ ସାଧାରଣ ଜନତା, ସମାଲୋଚକ ଓ ବିଜ୍ଞାଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ ।[୪]
ସେ ବିଭିନ୍ନ ଉପନ୍ୟାସ ଯଥା ସେନ୍ସ ଆଣ୍ଡ ସେନ୍ସିବିଲିଟି (୧୮୧୧), ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ (୧୮୧୩), ମ୍ୟାନ୍ସଫିଲ୍ଡ ପାର୍କ (୧୮୧୪) ଓ ଏମା (୧୮୧୬) ଛପେଇ ବହୁତ ସଫଳ ହୋଇଥିଲେ । ଏହା ବ୍ୟତୀତ ଆଉ ଦୁଇଟି ବହି, ନର୍ଥାଙ୍ଗର ଆବେ ଓ ପର୍ସୁଏସନ ଲେଖିଥିଲେ ଯାହା ତାଙ୍କ ଅନ୍ତେ ୧୮୧୮ରେ ଛପା ହୋଇଥିଲା ଓ ସାଣ୍ଡିଟନ ନାମକ ଆଉ ଗୋଟିଏ ଉପନ୍ୟାସ ମୃତ୍ୟୁ ପୂର୍ବରୁ ଲେଖିବାକୁ ଆରମ୍ଭ କରିଥିଲେ କିନ୍ତୁ ଶେଷ କରିପାଇନଥିଲେ । ତାଙ୍କର ଆଉ ତିନୋଟି ପାଣ୍ଡୁଲିପି ମଧ୍ୟରୁ ଏକ ଛୋଟ ଏପିସ୍ଟୋଲାରି ଉପନ୍ୟାସ, ଲେଡି ସୁସାନ ଓ ଅସମ୍ପୁର୍ଣ୍ଣ ଦି ୱାଟସନ ଲେଖିଥିଲେ ତାଙ୍କ ଜୀବଦ୍ଦସାରେ ସେ ଆଉ ଛଅଟି ଉପନ୍ୟାସ ଲେଖିଥିଲେ ଯାହା ବେନାମୀ ଭାବରେ ଛପା ହୋଇ ତାଙ୍କ ଜୀବଦ୍ଦସାରେ ମଧ୍ୟମ ଧରଣର ସାଫଲ୍ୟ ଅର୍ଜନ କରିଥିଲା ।
ମୃତ୍ୟୁ ପରେ ତାଙ୍କ ଲିଖିତ ବହି ଗୁଡ଼ିକ ରିଚାର୍ଡ଼ ବେଣ୍ଟଲି ଏକ ଉପନ୍ୟାସ ସିରିଜ ଆକାରରେ ଛପେଇଥିଲେ, ଯାହାକୁ ଫର୍ଡ଼ିନାଣ୍ଡ ପିକରିଙ୍ଗ ଚିତ୍ରିତ କରିଥିଲେ, ଓ ଏକ ସେଟ ଆକାରରେ ବିକ୍ରୟ ହୋଇଥିଲା ।[୫] ଏହି ବହି ଗୁଡ଼ିକ ଧୀରେ ଧୀରେ ଆଦୃତ ଓ ଜନପ୍ରିୟ ହୋଇଥିଲା । ମୃତ୍ୟୁର ବାଉନ ବର୍ଷ ପରେ ତାଙ୍କ ନେଫିଉ ତାଙ୍କ ଲେଖିକା ଜୀବନ ଓ ଏକ ଅଣଘଟଣା ବହୁଳ ଲେଖିକା ପେଷା ବିଷୟରେ 'ଏ ମେମୋଏର ଅଫ ଜେନ ଅଷ୍ଟିନ' (A Memoir of Jane Austen) ବହି ଲେଖି ସନ ୧୮୬୯ରେ ପ୍ରିୟ ପାଠକମାନଙ୍କୁ ଭେଟି ଦେଇଥିଲେ ।
ତାଙ୍କ ସାହିତ୍ୟ ଓ ରଚନା ଅନେକ ଲୋକଙ୍କୁ ପ୍ରେରଣା ଯୋଗେଇ ଥିଲା । ତାଙ୍କ ଉପନ୍ୟାସ ଆଧାରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରମାନଙ୍କର ନାମ ଯଥାକ୍ରମେ ସନ ୧୯୪୦ରେ ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ (Pride and Prejudice) ଓ ସାମ୍ପ୍ରତିକ ସେନ୍ସ ଆଣ୍ଡ ସେନ୍ସିବିଲିଟି ୧୯୫୫ (Sense and Sensibility), ଏମ୍ମା ୧୯୯୬ (Emma), ମ୍ୟାନ୍ସଫିଲ୍ଡ ପାର୍କ (Mansfield Park) ୧୯୯୯, ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ ୨୦୦୫ ଓ ଲଭ ଆଣ୍ଡ ଫ୍ରେଣ୍ଡସିପ ୨୦୧୬ (Love & Friendship) ।
ଜୀବନ
[ସମ୍ପାଦନା]ପରିବାର
[ସମ୍ପାଦନା]ଜେନ ୧୬ ଡିସେମ୍ଭର ୧୭୭୫ରେ ସ୍ଟିଭେଣ୍ଟନ, ହାମ୍ପସାୟରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟର ଆଶାଠାରୁ ସେ ମାସେ ବିଳମ୍ବରେ ସଂସାରକୁ ଆସିଥିଲେ । "ସେ ତାଙ୍କ ଭଉଣୀର ଭବିଷ୍ୟତ ସାଥୀ", ଏହା ତାଙ୍କ ପିତା ଲେଖଥିଲେ ।[୬] ୧୭୭୬ରେ ପ୍ରବଳ ଶୀତ ହେଉଥିବାରୁ ତାଙ୍କୁ ଜୁନ ମାସରେ ଏକ ସ୍ଥାନୀୟ ଚର୍ଚ୍ଚରେ ବାପଟାଇଜ କରାଯାଇଥିଲା ।[୭]
ଜେନଙ୍କ ପିତା ଜର୍ଜ ଅଷ୍ଟେନ ସ୍ଟିଭେନଣ୍ଟନ ଓ ତାହାର ପାଖାପାଖି ସ୍ଥାନ ଡିନରେ ଥିବା (୧୭୩୧–୧୮୦୫) ଚର୍ଚ୍ଚ ଅଫ ଇଂଲଣ୍ଡର ପାରିସମାନଙ୍କରେ ରେକ୍ଟର କାମ କରୁଥିଲେ ।[୮][c] ସେ ଏକ ଧନୀ, ସମ୍ମାନନୀୟ ପୁରୁଣା ପରିବାରର ଉଲ ବ୍ୟବସାୟୀ ଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ବଡ଼ ପୁଅ ପରିବାରର ଧନ ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଉଥିବାରୁ ଜର୍ଜଙ୍କ ଶାଖା ପରିବାର ଦାରିଦ୍ର୍ୟ ଭୋଗ କଲେ । ସେ ଓ ତାଙ୍କ ଦୁଇ ଭଉଣୀ ଅନାଥ ଥିବାରୁ ସମ୍ପର୍କୀୟମାନେ ଲାଳନ ପାଳନ କଲେ । ତାଙ୍କ ଭଉଣୀ ଫିଲାଡେଲଫିଆ ଭାରତ ଆସି ବିବାହ କରିଥିଲେ । ସେଣ୍ଟ ଜନ୍ସ କଲେଜ ଅକ୍ସଫୋର୍ଡ଼ରେ ଜର୍ଜ ଫେଲୋସିପ ପାଇ ପଢ଼ିଲେ । ସେଠାରେ ବିଶିଷ୍ଟ ଲି ପରିବାରର କାସାଣ୍ଡ୍ରା ଲିଙ୍କୁ ଭେଟିଥିଲା ।
ଆଧାର
[ସମ୍ପାଦନା]- ↑ Kirkham (2005), 68–72.
- ↑ Grundy (2014), 195–197
- ↑ MacDonagh (1991), 65, 136–137.
- ↑ Looser, Devoney (2017). The Making of Jane Austen. Baltimore, MD: Johns Hopkins University Press. p. 2. ISBN 978-1-4214-2282-4.
- ↑ Looser, Devoney (2017). The Making of Jane Austen. Baltimore, MD: Johns Hopkins University Press. ISBN 978-1-4214-2282-4.
- ↑ Le Faye (2004), 27; Nokes (1998), 51
- ↑ Le Faye (2004), 27
- ↑ Todd (2015), 2
- ↑ Collins (1994), 86
- ↑ Le Faye (2004), 20
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।