କାଠ ଡିମ୍ବିରି
କାଠ ଡିମ୍ବିରି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Moraceae |
ପ୍ରଜାତି: | Ficus |
ଜାତି: | F. hispida |
ବାଇନୋମିଆଲ ନାମ | |
Ficus hispida | |
Synonyms | |
Ficus oppositifolia Roxb. |
କାଠ ଡିମ୍ବିରି ବା କାକୋଦୁମ୍ବର (Ficus hispidia Linn. f.), କୁଳ (family): ବଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।
ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା
[ସମ୍ପାଦନା]- ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
- ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର ପାର୍ଶ୍ୱରେ ଖଦଡ଼ା ତଳ ଭାଗ ରୋମଶ l
- ପତ୍ରାଧାର: ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
- ଫଳ: ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖାଗୁଡ଼ିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ । ୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।
ରାସାୟନିକ ସଂଘଟନ
[ସମ୍ପାଦନା]- ବୃକ୍ଷଛାଲଟାନିନ (Tannin), ଗ୍ଳୁକୋଷାଇଡ, ମହମ(wax), ସାପୋନିନ(sapponin), ଫ୍ଲାଭୋନୋଇଡ଼(Flavonoids), ଟ୍ରାଇଟେର୍ପୀନୋଇଡ(Triterpenoides) ଆଦି ମହଜୁଦ ଥାଏ ।
- ଉଡ଼ଣଶୀଳ ତୈଳ: ଲିନାଲୁଲ, ଆଲଫା- ଲିନାଲୁଲ, ଲିନାଲୁଲ-ଅକ୍ସlଇଡ଼୍, ଆଲ୍ଫା-ଟେର୍ପିନିଏଲ
- ଖଣିଜ ଲବଣ ତତ୍ତ୍ୱ: ପଟାସିଅମ, କ୍ୟାଲସିଅମ, ସୋଡ଼ିଅମ, ଫସଫରସ ,ଲୌହ(ଆଇରନ), ଦସ୍ତା(ଜିଙ୍କ), ତମ୍ବା(କପର) ଏବଂ ଆହୁରି ଅନେକ
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | କାଠଡିମ୍ବିରି |
ସଂସ୍କୃତ | ଫଲ୍ଗୁ, ମଳୟୂ, ଜଘନେଫଳା, ମୂଳକର୍କଟୀ, ଶ୍ୱିତ୍ରଭୈଷଜ୍ୟ, କାଷ୍ଠୋଦୁମ୍ବର |
ଗୁଜରାଟୀ | ଢେଡଡମ୍ବରୋ |
ହିନ୍ଦୀ | କଠୁମର |
ବଙ୍ଗଳା | କାକଡୁମ୍ବର |
ମରାଠି | ଭୁଈ ଡମ୍ବର,ବୋଖାଡ଼ା |
ତାମିଲ | କଟ୍ଟୁ-ଆଠ୍ଠୀଠ୍ |
ତେଲୁଗୁ | ଅଦାବି- ଆଠ୍ଠୀଠ୍ |
କନ୍ନଡ଼ | କାଡ- ଆଠ୍ଠୀଠ୍ |
ମାଲୟାଲମ | ଏରୁମାନ୍ନାକ୍କୁ, ପାରକମ |
କୋଙ୍କଣୀ | ଖର୍ବୋଟୀ |
ଅନ୍ୟ ଭାଷାରେ ନାମ
[ସମ୍ପାଦନା]ଭାଷା | ନାମ |
---|---|
ଇଂରାଜୀ | ହେୟାରି ଫିଗ(Hairy fig) |
ନେପାଳୀ | କୋଥୟା ଡୁମାରୀ |
ଫ୍ରେଞ୍ଚ | ଫିଗୁଏର ହିସ୍ପିଡେ(Figuier hispide) |
ଆରବୀ | ତୀନ ବର୍ରୀ |
ଫରାସୀ | ଅଞ୍ଜିରଦସ୍ତି |
ଲାଟିନ | Ficus hispidia Linn.f. |
ଆଧୁନିକ ଚିକିତ୍ସାବିଜ୍ଞାନ ଗବେଷଣା ଜନିତ ତଥ୍ୟ
[ସମ୍ପାଦନା]ଆଧୁନିକ ଚିକିତ୍ସାବିଜ୍ଞାନ ପ୍ରମାଣିତ ତଥ୍ୟ ଅନୁଯାୟୀ ଡିମ୍ବିରି ପତ୍ରରେ ହୃଦୟ ରୋଗ ପ୍ରତିରୋଧି ତତ୍ତ୍ୱ, ମଧୁମେହ ଆରୋଗ୍ୟକାରୀ ତତ୍ତ୍ୱ, ଆମାଶୟ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର ବ୍ରଣ(ulcer), ବାହ୍ୟ ବ୍ରଣ ଆରୋଗ୍ୟକାରି ତତ୍ତ୍ୱ ରହିଛି ଓ ଏହି ବୃକ୍ଷରୁ ଅନେକ ଉପଯୁକ୍ତ ଚିକିତ୍ସା ଉପଯୁକ୍ତ ରସାୟନ ଆହରଣ କରାଯାଇ ପାରେ ।
ଏହି ବୃକ୍ଷ ଛାଲି ଏବଂ ପତ୍ରରେ ଯକୃତ, ପ୍ଳିହା ବିକୃତି ଜନିତ ରୋଗ ଉପଶମକାରି ତତ୍ତ୍ୱ ରହିଥିବାର ପ୍ରମାଣ ପ୍ରତିପାଦିତ ହୋଇସାରିଛି । ଗବେଷଣାଗାର ପରୀକ୍ଷାରୁ ଜଣା ପଡ଼ିଛି ଯେ ଏଥିରେ ପ୍ରାୟତଃ ସମସ୍ତ ପ୍ରକାର ପେଟ କୃମି ସଂକ୍ରମଣକୁ ମାରିବାର କ୍ଷମତା ରହିଛି । ଏହାର ଫଳ, ପତ୍ର, ତ୍ୱକ,ଚେରରେ ପ୍ରଚୁର ଜାରଣବିରୋଧି (antioxidant) ଜୀବନଉଦ୍ଧିପ୍ତକାରୀ(vitamins) ତତ୍ତ୍ୱ ଭରପୁର ରହିଛି ।
ଜୀବାଣୁ ବିରୋଧୀ ତତ୍ତ୍ୱ
[ସମ୍ପାଦନା]- ବାସିଲସ୍ ସବଟିଲିସ୍, ଇ.କୋଲାଇ, ଶିଉଡୋମୋନସ୍ ଏଉରିଜିନୋସା, ଷ୍ଟଫଇଲୋକୋକସ୍ ଅଉରିଅସ୍ ଇତ୍ୟାଦି ଜୀବାଣୁ ବିରୋଧରେ ଏହାର ପତ୍ର ରସାୟନ କାର୍ଯ୍ୟ କରିଥାଏ ।
ଆୟୁର୍ବେଦ ଶାସ୍ତ୍ର ମତାନୁସାରେ ଗୁଣ
[ସମ୍ପାଦନା]ଗୁଣ | ରୁକ୍ଷ/ଲଘୁ |
---|---|
ରସ | ତିକ୍ତ, କଷା |
ବିପାକ | କଟୁ |
ବୀର୍ଜ୍ୟ | ଶିତ |
ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏହାର ବହୁଳ ପ୍ରୟୋଗ ବର୍ଣ୍ଣନା କରାଯାଇଛି । ଏହାର ଚେର ଛାଲିକୁ ଶ୍ୱିତ୍ର (leucoderma) ଏବଂ ଅନ୍ୟାନ୍ୟ ଚର୍ମରୋଗରେ ବାହ୍ୟ ପ୍ରୟୋଗ କରାଯାଇଥାଏ । ଏହାର ଫଳ କ୍ୱାଥ ଏବଂ ତ୍ୱକ ଚୂର୍ଣ୍ଣ ଅର୍ଶ, ଅନାହ, କାମଳ(jaundice) ଓ ଅନ୍ୟାନ୍ୟ ଉଦର ରୋଗରେ ପିତ୍ତସାରକ, ରେଚକ ହିସାବରେ ଉପଯୋଗ କରାଯାଇଥାଏ । ରକ୍ତବିକାରରେ ତଥା ଶୋଥ ରୋଗରେ ପକ୍ୱ ଫଳରସ କିମ୍ବା କ୍ୱାଥ ଦିଆଯାଏ । ପ୍ରସୂତୀ ସ୍ତ୍ରୀମାନଙ୍କୁ ସ୍ତନ୍ୟକ୍ଷୀର ବୃଦ୍ଧି ନିମନ୍ତେ ଦିଆଯାଇ ଥାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- Song Q, Yang D, Zhang G, Yang C.J Chem Ecol. 2001 Oct;27(10):1929-42. Volatiles from Ficus hispida and their attractiveness to fig wasps
- D. Sivaraman* and P. Muralidharan ;- Anti-ulcerogenic evaluation of root extract of Ficus hispida Linn. in aspirin ulcerated rats—African Journal of Pharmacy and Pharmacology, Vol. 4(2) pp. 079–082, February 2010 Available online http://www.academicjournals.org/ajpp ISSN 1996-0816 © 2010 Academic Journals
- ଦ୍ରବ୍ୟଗୁଣ ବିଜ୍ଞାନ –ପ୍ରିୟବ୍ରତ ଶର୍ମା