ଆକ୍ଟିଭେଟେଡ ଚାରକୋଲ
Clinical data | |
---|---|
Trade names | CharcoAid, others |
AHFS/Drugs.com | monograph |
Routes of administration | ପାଟିରେ, ନାସାପାକସ୍ଥଳୀ ନଳୀ |
Identifiers | |
CAS Number | |
ChemSpider |
|
ECHA InfoCard | 100.036.697 |
ଆକ୍ଟିଭେଟେଡ ଚାରକୋଲ (ଇଂରାଜୀ ଭାଷାରରେ Activated charcoal, ଅନ୍ୟ ନାମ ଆକ୍ଟିଭେଟେଡ କାର୍ବନ/activated carbon, ଏକ ଔଷଧ ଯାହା ପାଟିବାଟେ ଗ୍ରହଣ କରିଥିବା ବିଷକ୍ରିୟାର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] କେତେକ ପ୍ରକାର ବିଷ ଖାଇବାର ଅଳ୍ପ ସମୟ ମଧ୍ୟରେ (ଏକ ଘଣ୍ଟା) ଏହି ଔଷଧ ଦେଲେ ପ୍ରଭାବଶାଳୀ ହୁଏ ।[୨][୧] ଏହା ସ୍ୟାନାଇଡ ବିଷକ୍ରିୟା (cyanide), କ୍ଷୟକାରୀ ପଦାର୍ଥ (corrosive agents), ଲୌହ (iron), ଲିଥିଅମ (lithium), ଆଲକୋହୋଲ (alcohol) ବା ମାଲାଥିଅନ (malathion) ଇତ୍ୟାଦିର ବିଷକ୍ରିୟାରେ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ ।[୨] ଏହା ପାଟିରେ ଖାଇବାକୁ ଦିଆଯାଏ ବା ନାସାପାକସ୍ଥଳୀ ନଳୀ (nasogastric tube) ମାଧ୍ୟମରେ ଦିଆଯାଏ ।[୩] ହେମୋପରଫ୍ୟୁଜନ ମେସିନରେ (hemoperfusion machines) ମଧ୍ୟ ଏହା ବ୍ୟବହାର କରାଯାଏ ।[୧]
ଆକ୍ଟିଭେଟେଡ ଚାରକୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), କଳା ଝାଡ଼ା, ତରଳ ଝାଡ଼ା ଓ କୋଷ୍ଠକାଠିନ୍ୟ (constipation) ହୋଇପାରେ ।[୧] ଖାଦ୍ୟନଳୀରୁ ଏହା ଶ୍ୱାସନଳୀ ଭିତରକୁ (aspirated into the lungs) ଚାଲିଗଲା ନିମୋନିଆ ହୁଏ ।[୨][୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ରହେ ।[୩] ଏହା ବିଷକୁ ଶୋଷିନେଇ କାର୍ଯ୍ୟକ୍ଷମ ହୁଏ ।[୧]
ପୁରାକାଳରୁ ବିଷକ୍ରିୟା ଚିକିତ୍ସାରେ ଅଙ୍ଗାର ବା ଚାରକୋଲ (charcoal) ବ୍ୟବହାର ହୋଇଆସିଛି କିନ୍ତୁ ସନ ୧୯୦୦ରୁ ଆକ୍ଟଭେଟେଡ ଚାରକୋଲ ବ୍ୟବହାର ହେଉଛି ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ୦.୪୬ରୁ ୦.୮୬ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Charcoal, Activated". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 57. ISBN 9789241547659. Retrieved 8 December 2016.
- ↑ ୩.୦ ୩.୧ ୩.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 469. ISBN 9781284057560.
- ↑ Cecen, Ferhan; Aktas, Özgür. "1". Activated Carbon for Water and Wastewater Treatment: Integration of Adsorption and Biological Treatment (in ଇଂରାଜୀ). John Wiley & Sons. ISBN 9783527639458.
- ↑ Tascón, J. M. D. (2012). Novel Carbon Adsorbents (in ଇଂରାଜୀ). Elsevier. p. 640. ISBN 9780080977447.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Charcoal, Activated". International Drug Price Indicator Guide. Archived from the original on 26 April 2020. Retrieved 13 August 2015.