ସାଲେପୁର
ସାଲେପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ) |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ସାଲେପୁର |
Area | |
• ସମୁଦାୟ | 3,634 km2 (1,403 sq mi) |
Population (୨୦୦୧) | |
• Total | ୧୭୪୬୫୫ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୨୦୨ |
Area code | +୦୬୭୧ |
ଯାନବାହାନ ପଞ୍ଚୀକରଣ | OR/ |
ସାଲେପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
[ସମ୍ପାଦନା]ଏହା କଟକଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ଏହା ଅନ୍ତର୍ଗତ ଗ୍ରାମଗୁଡ଼ିକ ହେଲା ମାଛୁଆତି, ରାଘବପୁର, ବାଲିସାହି, ଚନ୍ଦ୍ରାଦେଇପୁର, ଲୁଣାହାର, ରୋଧପୁର ଇତ୍ୟାଦି ।
ନାମକରଣ
[ସମ୍ପାଦନା]ସାଲି ଅର୍ଥ ଧାନ ଜାତୀୟ ଫସଲ ଏବଂ ପୁର ଅର୍ଥ ସହର । ଏଠାରେ ବହୁତ ପରିମାଣରେ ଧାନ୍ୟ ଉତ୍ପାଦନ ହେଉଥିବାରୁ ଏହାର ନାମକରଣ ଏହିପରି ହୋଇଛି ।
ଦେବଦେବୀ ଓ ମନ୍ଦିର
[ସମ୍ପାଦନା]ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ମା ସାହେଶ୍ୱରୀ ମନ୍ଦିର, କୂଳିଆ ହନୁମାନ ମନ୍ଦିର, କଳାଗ୍ନି ମନ୍ଦିର (ମହାଦେବ), ବଟେଶ୍ୱର ମନ୍ଦିର (ମା ଭଗବତୀ), ବିଶ୍ୱେଶ୍ୱର ମନ୍ଦିର (ମହାଦେବ)
ସୁବିଧା ସୁଯୋଗ
[ସମ୍ପାଦନା]ଏଠାରେ ଦୁଇଟି ସରକାରୀ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଗୋଟିଏ ଫାର୍ମାସି ମହାବିଦ୍ୟାଳୟ ଓ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ମଧ୍ୟ ଅଛି ।
ଜୀବନ ଜୀବିକା
[ସମ୍ପାଦନା]ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।
ପ୍ରସିଦ୍ଧି
[ସମ୍ପାଦନା]ଏଠାରେ ମିଳୁଥିବା ସାଲେପୁରୀ ରସଗୋଲା ପାଇଁ ଏହା ଓଡ଼ିଶା ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଗ୍ରହଣ ପାଇଁ ମିଳୁଥିବା ସୁବିଧା ସୁଯୋଗଗୁଡ଼ିକ ପାଇଁ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ।
ଶିକ୍ଷା ଓ ସ୍ୱାସ୍ଥ୍ୟ
[ସମ୍ପାଦନା]ଏଠାରେ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲା ସାଲେପୁର ମହାବିଦ୍ୟାଳୟ,ସାଲେପୁର ଉଚ୍ଚବିଦ୍ୟାଳୟ, ଆଇ.ପି.ଟି ସାଲେପୁର[୧] ।